You are here
Home > News > ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ କେବଳ ଗୋଟିଏ ସିନେମାରେ କାମ କରିଛନ୍ତି ପ୍ରିୟା!

ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ କେବଳ ଗୋଟିଏ ସିନେମାରେ କାମ କରିଛନ୍ତି ପ୍ରିୟା!

ଓଲିଉଡର ହସକୁରୀ ଓ ଚୁଲୁବୁଲି ନାୟିକା ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ପ୍ରିୟା । ସେ ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ ଡ୍ରିମ୍‌ଗାର୍ଲ’ରେ ପ୍ରଥମେ ସିନେ ନାୟିକା ଭାବେ ବଡ଼ ପରଦାକୁ ଆସିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି।

ଏହାପରେ ପ୍ରିୟାଙ୍କୁ ଅଭିମନ୍ୟୁ, ବାଇଶ ପାହାଚେ ଖେଳିବ ମୀନ, ଆଲୋ ମୋର କଣ୍ଢେଇ, ମେଘ ସବାରୀରେ ଆସିବ ଫେରି, ଦିଲ୍‌ ତତେ ଦେଇଛି, ହିରୋ- ଏକ ପ୍ରେମ କଥା, ଚାନ୍ଦିନୀ ଆଇ ମିସ୍‌ ୟୁ, ଦୋସ୍ତି , ଗୁଡବୟ, ପାରିବେନି କେହି ଅଲଗା କରି, ରୁମକୁ ଝୁମାନା ଓ ତୋ’ ବାଟ ଚାହିଁଛି ରାତି ସାରା ଆଦି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି ଦର୍ଶକ।

‘ଡ୍ରିମ୍‌ଗାର୍ଲ’ପରେ ପ୍ରିୟା ଯେଉଁସବୁ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି ସେହି ତାଲିକାରେ କେତେଜଣଙ୍କ ସହ ସେ ଥରେ ମାତ୍ର କାମ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ନିର୍ଦ୍ଦେଶକ ବସନ୍ତ ସାହୁ ଯାହାଙ୍କ ସହ ସେ କେବଳ ‘ଚାନ୍ଦିନୀ ଆଇ ମିସ୍‌ ୟୁ,ରେ କାମ କରିଛନ୍ତି। ଏହି ସିନେମାରେ ସବ୍ୟସାଚୀ ନାୟକ ଭୂମିକାରେ ଅଭିନୟ କରିଥିଲେ।

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!